n-COVID19 ଭୁତାଣୁ କାହିଁକି ଏକ ଜୈବିକ ଅସ୍ତ୍ର ନୁହେଁ ?

କରୋନା ବିଶ୍ୱ ସାରା ବ୍ୟାପିବା ଠାରୁ ଅନେକ ଗୁଜବ ଶୁଣିବାକୁ ମିଳୁଛି ଯେ ଏହି ଭୁତାଣୁ ଟି ପ୍ରୟୋଗଶାଳା ରେ ତିଆରି ହେଇଛି l ଯୁକ୍ତରାଷ୍ଟ୍ର ର କେତେକ ଏହା ମଧ୍ୟ ଦାବି କରୁଛନ୍ତି ଯେ ଏହି ଭୁତାଣୁ ଟି ଚୀନ୍ ର ଊହାନ୍ ସହର ର ଗୋଟେ ଚତୁର୍ଥ ସ୍ତର ବାଇଓ-ସେଫ଼୍ଟି ପ୍ରୟୋଗଶାଳା (level 4 biosafety lab) ରେ ପ୍ରସ୍ତୁତ କରାଯାଇଛି l ଏପରି ପ୍ରକାର ପ୍ରୟୋଗଶାଳା ରେ ଇବୋଲା ଭଳି ପୃଥିବୀ ର ବହୁତ ମାରାତ୍ମକ ରୋଗାଣୁ ଉପରେ ଗବେଷଣା କରାଯାଏ ଏବଂ ଏଠି ବହୁତ ଉଚ୍ଚ ସ୍ତରୀୟ କଡ଼ା ସୁରକ୍ଷା ମଧ୍ୟ ଥାଏ l କିନ୍ତୁ ଊହାନ୍ ରେ ଏପରି ଗୋଟେ ପ୍ରୟୋଗଶାଳା ଥିବାରୁ ଏହା ପ୍ରମାଣ କରେ ନାହିଁ ଯେ n-COVID19 ଏହିଠୁ ପ୍ରସ୍ତୁତ କରାଯାଇଛି l

ଚୀନ୍ ର କେତେକ, ଆମେରିକା କୁ ଦୋଷ ଦେଇ କହୁଛନ୍ତି ଯେ ଏହି ଭୁତାଣୁ ଟି ତାଙ୍କ ଦେଶକୁ ଆମେରିକିୟ ସୈନ୍ୟବାହିନୀ ଦ୍ୱାରା ଅଣା ଯାଇଛି l କିନ୍ତୁ ବୈଜ୍ଞାନିକଙ୍କ ଅନୁସାରେ ଏହି n-COVID19 ଭୁତାଣୁ ମଣିଷ ଅପେକ୍ଷା ବାଦୁଡ଼ି ଏବଂ pangolin କୁ ଆକ୍ରାନ୍ତ କରୁଥିବା ଭୁତାଣୁ ସହିତ ବେଶୀ ମେଳ ଖାଏ l ଯଦି n-COVID19 ଟି ଜୈବିକ ଅସ୍ତ୍ର ତା ହେଲେ ଏହା ମଣିଷ କୁ କ୍ଷତି କରୁଥିବା ଭୁତାଣୁ ରୁ ପ୍ରସ୍ତୁତ କରା ଯାଇଥାନ୍ତା l  ଏହା ଭୁତାଣୁ ର ଜେନେଟିକ ସୂଚନା (RNA) ନେଇ ବୈଜ୍ଞାନିକ ମାନେ ବଂଶାବଳୀ (Family Tree) ରଚନା କରି ଦେଖିଛନ୍ତି l ଏହି ବଂଶାବଳୀ ଦ୍ୱାରା ଆମେ ଜାଣିପାରୁ ଯେ ଭୁତାଣୁ ର ଜେନେଟିକ ସୂଚନା ଜଣେ ଆଶ୍ରୟାଦାତା ରୁ ଆଉ ଜଣପାଖକୁ କେମିତି ଯାଏ l ସେଥିରୁ ଜଣାପଡିଛି ଯେ ଏହି ଭୁତାଣୁ କିଛି ପଶୁ ଙ୍କ ଠାରୁ ମଣିଷଙ୍କ ପାଖକୁ ଆସିଛି l

ଜୈବିକ ଅସ୍ତ୍ର କ’ଣ ?

ଅତିତ ରେ, ବାକ୍ଟେରିଆ ଏବଂ ଫଙ୍ଗସ୍ ଦ୍ଵାରା ବାହାରୁ ଥିବା କ୍ଷତିକାରକ ପଦାର୍ଥ ଜୈବିକ ଅସ୍ତ୍ର ରୂପେ ବ୍ୟବହାର କରା ଯାଉଥିଲା l ଏହି ରୋଗାଣୁ ଯୁଦ୍ଦ କାଳିନ ପରିସ୍ଥିତି ରେ ମନୁଷ୍ଯ କିମ୍ବା ଜନ ସମୁଦାୟ କୁ ଆକ୍ରାନ୍ତ କରିବା ପାଇଁ ଜନ ସାଧାରଣ ଭିତରକୁ ବିଚାର ପୂର୍ବକ ଛଡ଼ା ହୋଇଥାଏ l ଏମିତି ଏକ ବାକ୍ଟେରିଆ ର ଉଦାହରଣ ହେଉଚି Bacillus anthracis, ଯାହା ଆନ୍ଥ୍ରାକ୍ସ ରୋଗ କରେ ଓ ଏହାକୁ ଅସ୍ତ୍ର ରୁପେ ପୁର୍ବରୁ ପ୍ରୟୋଗ କରାହେଇଛି l ମୁଖ୍ୟତଃ ରୋଗାଣୁ ଯାହା ଅସ୍ତ୍ର ରୂପେ ବ୍ୟବହାର କରାଯାଇଛି ସେଗୁଡିକ ମାରାତ୍ମକ ରୋଗ ସୃଷ୍ଟି କରେ l କିନ୍ତୁ n-COVID19 ଗମ୍ଭୀର ରୋଗ କଲେ ମଧ୍ୟ ତାହା ଦ୍ଵାରା ମୃତ୍ୟୁ ହାର କମ l ତେଣୁ, n-COVID19 ଗୋଟେ ଜୈବିକ ଅସ୍ତ୍ର, ଏହି ଦାବି କୁ ସମର୍ଥନ ଦେବା ପାଇଁ କିଛି ପ୍ରମାଣ ନାହିଁ l

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s