ରୋଗ ପ୍ରତିରୋଧକ ଶକ୍ତି କାହାକୁ କୁହାଯାଏ?

ରୋଗ ପ୍ରତିରୋଧକ ଶକ୍ତି ଆମକୁ ରୋଗ ଓ ସଂକ୍ରମଣ ସୃଷ୍ଟି କରୁଥିବା ଜୀବଠାରୁ ରକ୍ଷା କରେ। ଆମ ଶରୀରର ନିଜର କୋଷ ଓ ଅଣୁ ଆମକୁ ଏହି ସୁରକ୍ଷା ପ୍ରଦାନ କରିଥାନ୍ତି। ଏହି କୋଷ ଓ ଅଣୁ ଏକତ୍ର ହୋଇ ଆମ ଶରୀରରେ ପଶୁଥିବା ବାହ୍ୟ ଜୀବାଣୁ ବା ପଦାର୍ଥ ସହ ଲଢ଼ିଥାନ୍ତି। ସଂକ୍ରମଣ ରୋକିବା ପାଇଁ ରୋଗ ପ୍ରତିରୋଧକ କୋଷର ଅଣୁ ରୋଗ ସୃଷ୍ଟି କରୁଥିବା ଅଣୁ ସହ ବାନ୍ଧି ହୋଇଯାଏ। ରୋଗ ପ୍ରତିରୋଧକ ଶକ୍ତି ରୋଗ ସୃଷ୍ଟି କରୁଥିବା ବାହ୍ୟ ଜୀବଠାରୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁରକ୍ଷା ମଧ୍ୟ ଦେଇପାରେ। ଉଭୟ ପ୍ରାଣୀ ଓ ଉଦ୍ଭିଦମାନଙ୍କ ପାଖରେ ନିର୍ଦ୍ଦିଷ୍ଟ ସଂକ୍ରମଣ ରୋକିବା ପାଇଁ କିଛି ମାତ୍ରାରେ ରୋଗ ପ୍ରତିରୋଧକ ଶକ୍ତି ମହଜୁଦ ଥାଏ।

ଆମ ପାଖରେ ଭୂତାଣୁ ନିମନ୍ତେ ପ୍ରତିରୋଧକ ଶକ୍ତି ଅଛି କି?

ଯେତେବେଳେ କୌଣସି ଭୂତାଣୁ ମଣିଷର କୋଷକୁ ଆକ୍ରାନ୍ତ କରେ, ଶରୀରର ରୋଗ ପ୍ରତିରୋଧକ କୋଷ ଓ ପ୍ରୋଟିନ ତାହା ସହ ଲଢେ଼ଇ କରିଥାନ୍ତି ଏବଂ ଶରୀରର ଆହୁରି ଅଧିକ କୋଷକୁ ଆକ୍ରାନ୍ତ କରିବାଠାରୁ ରୋକିଥାନ୍ତି। ପ୍ରତିରୋଧକ କୋଷର ନିର୍ଦିଷ୍ଟ ପ୍ରୋଟିନ ଅଣୁ ଭୂତାଣୁ ଉପରେ ଥିବା ନିର୍ଦିଷ୍ଟ ପ୍ରୋଟିନ ସହିତ ବାନ୍ଧି ହୋଇଯାଏ। କିନ୍ତୁ ଅଧିକାଂଶ ସମୟରେ ଭୁତାଣୁମାନେ ପ୍ରତିରୋଧକ କୋଷଠାରୁ ବଞ୍ଚିବାରେ ସକ୍ଷମ ହୋଇଥାନ୍ତି।

କାହିଁକି ପ୍ରତିଷେଧକ ଟୀକା ଆବଶ୍ୟକ?

କିଛି କ୍ଷେତ୍ରରେ, ପ୍ରତିଷେଧକ ଟୀକା ବାହ୍ୟ ଜୀବ ଯଥା ଭୂତାଣୁ ବିରୁଦ୍ଧରେ ଆମ ଶରୀରର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାପାଇଁ ଦିଆଯାଇଥାଏ। ରୋଗ ସୃଷ୍ଟି କରୁଥିବା ଭୂତାଣୁକୁ ପ୍ରଥମେ ଦୁର୍ବଳ କରାଯାଏ ଯଦ୍ୱାରା ଏହା ସଂକ୍ରମଣ କରିପାରିବ ନାହିଁ ଏବଂ ଏହି ଦୁର୍ବଳ ଓ ନିଷ୍କ୍ରିୟ ଭୁତାଣୁକୁ ପ୍ରତିଷେଧକ ଟୀକା ଭାବରେ ଦିଆଯାଇଥାଏ। ମୃତ ଭୂତାଣୁର କିଛି ଅଂଶ ମଧ୍ୟ ଟୀକା ଭାବରେ ଦିଆଯାଇପାରେ। ଏହି ଟୀକା ଶରୀରର ପ୍ରତିରୋଧକ କୋଷକୁ ସକ୍ରିୟ କରେ ଓ ଭବିଷ୍ୟତରେ ସେହି ନିର୍ଦ୍ଦିଷ୍ଟ ଭୂତାଣୁଠାରୁ ସୁରକ୍ଷା ପ୍ରଦାନ କରେ। ପ୍ରତିଷେଧକ ଟୀକା କେବଳ ଏକ ନିର୍ଦ୍ଦିଷ୍ଟ ଭୂତାଣୁଠାରୁ ପ୍ରତିରୋଧକ ସୁରକ୍ଷା ପ୍ରଦାନ କରିଥାଏ, ସମସ୍ତ ଭୂତାଣଠାରୁ ନୁହେଁ। ଏପରି ପ୍ରତିଷେଧକ ଟୀକାର ଉଦାହରଣ ହେଲା ମିଳିମିଳା ଓ ବସନ୍ତ ରୋଗର ଟୀକା।

ମଣିଷର ଶରୀରରେ ନୂତନ କରୋନା ଭୂତାଣୁ (nCOVID19) ସଂକ୍ରମଣଜନିତ ପ୍ରତିରୋଧକ ଶକ୍ତି ନାହିଁ ଏବଂ ସଂକ୍ରମଣ ରୋକିବା ନିମନ୍ତେ ଏପର୍ଯ୍ୟନ୍ତ କୋୖଣସି ପ୍ରତିଷେଧକ ଟୀକାର ଉଦ୍ଭାବନ ହୋଇନାହିଁ। ସଂକ୍ରମଣଠାରୁ ବଞ୍ଚିବାପାଇଁ ଅନ୍ୟ ମାନଙ୍କଠାରୁ ଦୂରତା ରକ୍ଷା କରନ୍ତୁ, ହାତ ବାରମ୍ବାର ସଫା କରନ୍ତୁ ଏବଂ ଅନ୍ୟାନ୍ୟ ପ୍ରତିରୋଧକ ଉପାୟର ଅବଲମ୍ବନ କରନ୍ତୁ।

One thought on “ରୋଗ ପ୍ରତିରୋଧକ ଶକ୍ତି କାହାକୁ କୁହାଯାଏ?”

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out /  Change )

Google photo

You are commenting using your Google account. Log Out /  Change )

Twitter picture

You are commenting using your Twitter account. Log Out /  Change )

Facebook photo

You are commenting using your Facebook account. Log Out /  Change )

Connecting to %s