Odia

କୋଭିଡ ସଂକଟର ସମୁଖଭାଗ: ସ୍ମଶାନ ଓ କବରସ୍ଥାନର କର୍ମୀ

ସରକାରୀ ତଥ୍ୟ ଅନୁସାରେ, ଭାରତରେ କୋଭିଡ୧୯ ସଂକ୍ରମଣରେ ଓ ମୌଳିକ ଚିକିତ୍ସାର ସୁବିଧା ଅଭାବରୁ ପ୍ରତିଦିନ ୪୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି। ଶବଦାହ କିମ୍ବା କବର ଦେବାରେ ସହାୟତା କରୁଥିବା ବ୍ୟକ୍ତି ଅଥବା ଧାର୍ମିକ ବା ସାଂସ୍କୃତିକ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରୁଥିବା ବ୍ୟକ୍ତିମାନଙ୍କୁ ସଠିକ ‘ବ୍ୟକ୍ତିଗତ ସୁରକ୍ଷା ଉପକରଣ'(ପି.ପି.ଇ.) ପିନ୍ଧିବାକୁ ନିର୍ଦେଶ ଦିଆଯାଇଛି। ପି.ପି.ଇ.ରେ ଗ୍ଲୋଭସ, ଫେସ-ସିଲ୍ଡ, ଆଖି ପାଇଁ କଳା ଚଷମା, ମେଡିକାଲ ମାସ୍କ ଓ ପୂର୍ଣଭାବେ ଆଚ୍ଛାଦିତ ହୋଇ ରହୁଥିବା … Continue reading “କୋଭିଡ ସଂକଟର ସମୁଖଭାଗ: ସ୍ମଶାନ ଓ କବରସ୍ଥାନର କର୍ମୀ”

ଆଲକୋହଲଯୁକ୍ତ ହାତ ବିଶୋଧକ (hand sanitizer) ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବ ନାହିଁ

କୋଭିଡ-୧୯ ବିଶ୍ଵବ୍ୟାପୀ ମହାମାରୀର ସମୟରେ, ଆଲକୋହଲଯୁକ୍ତ ହାତ ବିଶୋଧକ ବ୍ୟକ୍ତିଗତ ପରିଚ୍ଛନ୍ନତା ସାମଗ୍ରୀ ଭାବରେ ଲୋକପ୍ରିୟତା ହାସଲ କରିଛି। CDC ଅନୁସାରେ, ସାବୁନ ଓ ପାଣିର ଅନୁପସ୍ଥିତିରେ, ହାତ ବିଶୋଧକକୁ ହାତ ସଫା କରିବା ପାଇଁ ବ୍ୟବହାର କରିଯାଇପାରିବ। ଅଧିକାଂଶ ହାତ ବିଶୋଧକରେ ଆଇସୋପ୍ରୋପାଇଲ ଆଲକୋହଲ (isopropyl alcohol) କିମ୍ବା ଇଥାଇଲ ଆଲକୋହଲ (ethyl alcohol) ଥାଏ। ଆଲକୋହଲ ଜୀବାଣୁର କୋଷ ଝିଲ୍ଲୀର ଗଠନକୁ ଓ ଭୂତଣୁର ଆବରଣକୁ ନଷ୍ଟ କରିଦିଏ। ତେଣୁ ଯଦି ଆଲକୋହଲକୁ କଠିନ … Continue reading “ଆଲକୋହଲଯୁକ୍ତ ହାତ ବିଶୋଧକ (hand sanitizer) ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରିବ ନାହିଁ”

ରୋଗ ପ୍ରତିରୋଧକ ଶକ୍ତି କାହାକୁ କୁହାଯାଏ?

ରୋଗ ପ୍ରତିରୋଧକ ଶକ୍ତି ଆମକୁ ରୋଗ ଓ ସଂକ୍ରମଣ ସୃଷ୍ଟି କରୁଥିବା ଜୀବଠାରୁ ରକ୍ଷା କରେ। ଆମ ଶରୀରର ନିଜର କୋଷ ଓ ଅଣୁ ଆମକୁ ଏହି ସୁରକ୍ଷା ପ୍ରଦାନ କରିଥାନ୍ତି। ଏହି କୋଷ ଓ ଅଣୁ ଏକତ୍ର ହୋଇ ଆମ ଶରୀରରେ ପଶୁଥିବା ବାହ୍ୟ ଜୀବାଣୁ ବା ପଦାର୍ଥ ସହ ଲଢ଼ିଥାନ୍ତି। ସଂକ୍ରମଣ ରୋକିବା ପାଇଁ ରୋଗ ପ୍ରତିରୋଧକ କୋଷର ଅଣୁ ରୋଗ ସୃଷ୍ଟି କରୁଥିବା ଅଣୁ ସହ ବାନ୍ଧି ହୋଇଯାଏ। ରୋଗ ପ୍ରତିରୋଧକ ଶକ୍ତି … Continue reading “ରୋଗ ପ୍ରତିରୋଧକ ଶକ୍ତି କାହାକୁ କୁହାଯାଏ?”

n-COVID19 ଭୁତାଣୁ କାହିଁକି ଏକ ଜୈବିକ ଅସ୍ତ୍ର ନୁହେଁ ?

କରୋନା ବିଶ୍ୱ ସାରା ବ୍ୟାପିବା ଠାରୁ ଅନେକ ଗୁଜବ ଶୁଣିବାକୁ ମିଳୁଛି ଯେ ଏହି ଭୁତାଣୁ ଟି ପ୍ରୟୋଗଶାଳା ରେ ତିଆରି ହେଇଛି l ଯୁକ୍ତରାଷ୍ଟ୍ର ର କେତେକ ଏହା ମଧ୍ୟ ଦାବି କରୁଛନ୍ତି ଯେ ଏହି ଭୁତାଣୁ ଟି ଚୀନ୍ ର ଊହାନ୍ ସହର ର ଗୋଟେ ଚତୁର୍ଥ ସ୍ତର ବାଇଓ-ସେଫ଼୍ଟି ପ୍ରୟୋଗଶାଳା (level 4 biosafety lab) ରେ ପ୍ରସ୍ତୁତ କରାଯାଇଛି l ଏପରି ପ୍ରକାର ପ୍ରୟୋଗଶାଳା ରେ ଇବୋଲା ଭଳି ପୃଥିବୀ ର … Continue reading “n-COVID19 ଭୁତାଣୁ କାହିଁକି ଏକ ଜୈବିକ ଅସ୍ତ୍ର ନୁହେଁ ?”

ମଶା n-COVID19 ର ବାହକ ନୁହେଁ

n-COVID19 ମଣିଷର ଶ୍ୱାସତନ୍ତ୍ରକୁ ପ୍ରଭାବିତ କରିଥାଏ ଏବଂ ସଂକ୍ରମଣ ସୃଷ୍ଟି କରିଥାଏ। ଯଦିଓ ମଶାମାନଙ୍କ ଦ୍ୱାରା ବିଭିନ୍ନ ରୋଗ ଯଥା ଡେଙ୍ଗୁ ଓ ଚିକୁନଗୁନିଆ ହୋଇଥାଏ, n-COVID19 ତାହା ମଧ୍ୟରୁ ଅନ୍ୟତମ ନୁହେଁ। n-COVID19 ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କୁ କାମୁଡ଼ିଥିବା ମଶା ଅନ୍ୟ ବ୍ୟକ୍ତି ବା ଜୀବଙ୍କୁ କାମୁଡ଼ି n-COVID19 ଦ୍ୱାରା ଆକ୍ରାନ୍ତ କରିପାରିବ ନାହିଁ। n-COVID19 ଆକ୍ରାନ୍ତ ବ୍ୟକ୍ତିଙ୍କର ସିଙ୍ଘାଣି, ଲାଳ ଅଥବା କଫ ବା ଛିଙ୍କର ଜଳୀୟକଣା ଦ୍ୱାରା ବ୍ୟାପିଥାଏ। ଏହି ଭୂତାଣୁ ଯେ … Continue reading “ମଶା n-COVID19 ର ବାହକ ନୁହେଁ”

ଭାଇରସ୍ କ’ଣ?

ଭାଇରସ୍ ବା ଭୁତାଣୁ, ଗୋଟେ ବହୁତ ଛୋଟ ଏବଂ ନିର୍ଜିବ ଜୀବ | ଏହା ଅନ୍ୟ ଏକ ଜିବ ଯେମିତି ବେକ୍ଟେରିଆ, ଉଦ୍ଭିଦ କିମ୍ବା ପ୍ରାଣୀ ମାନଙ୍କୁ ସଂକ୍ରମଣ କରିଥାଏ | ଏହାଦ୍ୱାରା ଏହି ଭୁତାଣୁ ମାନେ ବିଭିନ୍ନ ରୋଗ ସୃଷ୍ଟି କରିଥାନ୍ତି, ଆଉ ବେଳେବେଳେ ଏହି ସଂକ୍ରମଣ ଦ୍ୱାରା ପ୍ରାଣୀ ର ମୃତ୍ୟୁ ହୋଇଥାଏ | ମଣିଷ ଶରୀର ଭଳି, ଭୁତାଣୁ ମାନଙ୍କର ନିଜର କୋଶ ନାହିଁ | ସେଥିପାଇଁ ନିଜର ବୃଦ୍ଧି ଓ ବିକାଶ … Continue reading “ଭାଇରସ୍ କ’ଣ?”


Get new content delivered directly to your inbox.

%d bloggers like this: